ଶ୍ରୀ ଶ୍ରୀ ସମ୍ବଲେଶ୍ଵରୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଏବଂ ପଶ୍ଚିମ ଓଡିଶା ତଥା ଛତିଶଗଡ ରାଜ୍ୟର ମୁଖ୍ୟ ଧାର୍ମିକ ଶକ୍ତି ପୀଠ । ପୁରାତନକାଳରୁ ଦେବୀ ମାଁ ସମ୍ବଲେଶ୍ଵରୀ ମହାନଦୀର କୂଳେ ଜଗତଜନନୀ, ଆଦିଶକ୍ତି, ମହାଲକ୍ଷ୍ମୀ ଓ ମହାସରସ୍ବତୀ ରୂପେ ପୂଜା ପାଇ ଆସୁଛନ୍ତି । ଏହି ଅଞ୍ଚଳ ଏକ ଉତ୍କୃଷ୍ଠ ସଂସ୍କୃତି ଓ ଐତିହ୍ୟ ପାଇଁ ଜଣାଶୁଣା । ସମ୍ବଲପୁର ପ୍ରାଚୀନ କାଳରେ ହିରାଖଣ୍ଡ ନାମରେ ଜଣା ଯାଉଥିଲା । ଟୋଲେମି ଏହି ଅଞ୍ଚଳକୁ ସମ୍ବାଳକ ରୂପେ ବର୍ଣନା କରିଛନ୍ତି । ଇଂରାଜୀ ଇତିହାସକାର ଏଡୱାର୍ଡ ଗିବ୍ସନ ଓ ଫ୍ରେଞ୍ଚ ଯାତ୍ରୀ ତାଭେରନୀରଙ୍କ ଅନୁସାରେ ସମ୍ବଲପୁର ରୁ ରୋମ କୁ ହୀରା ରପ୍ତାନି କରାଯାଉଥିଲା ।
ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦
ସଡ଼କ ପଥରେ
ସମ୍ବଲପୁର ପ୍ରାଇଭେଟ ବସ ଷ୍ଟାଣ୍ଡ ରୁ ଏହାର ଦୁରୋତ୍ଵ ୭ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ସମ୍ବଲପୁର : ୨ କି.ମି. .