• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସର୍ବ ଶିକ୍ଷା ଅଭିଯାନର ମୌଳିକ ତଥ୍ୟ

 

ଉଦ୍ଦେଶ୍ୟ

ସର୍ବ ଶିକ୍ଷା ଅଭିଯାନ ସରକାରଙ୍କ ଏକ ସମଯଭିତ୍ତିକ ଯୋଜନା। ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷା କୂଅ ସାର୍ବଜନୀନ କରିବା ପାଇଁ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ରେ ୨୦୦୩ ମସିହା ଠାରୁ ସଫଲରୂପେ କାର୍ଯ୍ୟକାରି ହେଉଛି । ଏହାର ମୁଖ୍ୟଲକ୍ଷ୍ୟ -୬ ରୁ ୧୪ ବର୍ଷ ବୟସ ସମସ୍ତ ପିଲା ମାନଙ୍କୁ ଆବଶ୍ୟକୀୟ ଓ ଉପଯୋଗୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷା ଯୋଗାଇଦେବା , ଗୁଣାତ୍ଯକ ଶିକ୍ଷାର ପ୍ରତିଫଳନ କରାଇବା , ଶିଶୁ କୈନ୍ଦ୍ରିକ ଶିକ୍ଷା , ପାଠ୍ୟକ୍ରମର ଉନ୍ନତି , ଫଳପ୍ରଦ ଶିକ୍ଷଣ ପ୍ରଣାଳୀ ତଥା ବିଦ୍ୟାଳୟ ପରିଚାଳନା କମିଟି ରେ ଗୋଷ୍ଠୀ ର ସକ୍ରିୟ ଅଂଶଗ୍ରହଣ ଦ୍ଵାରା ସାମାଜିକ , ଜାତିଗତ ଏବଂ ଲିଙ୍ଗଗତ ପାର୍ଥକ୍ୟ କୁ ଦୂର କରିବା । ସମ୍ବଲପୁର ଜିଲ୍ଲା ରେ ସର୍ବଶିକ୍ଷା ଅଭିଯାନ ଆନୁକୁଲ୍ୟରେ ୨୦୧୭-୨୦୧୮ ଆର୍ଥିକ ବର୍ଷ ରେ ନିମ୍ନୋକ୍ତ କାର୍ଯ୍ୟକ୍ରମ ଗୁଡିକ ସଫଳତା ର ସହିତ ରୂପାଯନ କରାଯାଇଛି ।

 

ଅଗ୍ରଗତି

  • ଗତ ୧୩.୧୧.୨୦୧୭ ତାରିଖ ଦିନ ଜାତୀୟ ଉପଲବ୍ଧି ସର୍ବେକ୍ଷଣ (NAS) ଯୋଜନା ରେ ଭାରତ ସରକାର ଙ୍କ ମାନବ ବିକାଶ ମନ୍ତ୍ରାଳୟ ଆନୁକୁଲ୍ୟ ରେ ଛାତ୍ରଛାତ୍ରୀ ଙ୍କ ବର୍ତମାନ ର ଶିକ୍ଷଣ ସ୍ତର ମୂଲ୍ୟାୟନ କରିବା ନିମିତ୍ତ ତମାମ ଜିଲ୍ଲାର ବଛା ୧୭୩ ଗୋଟି ବିଦ୍ୟାଳୟ ରେ ୬୩୮୬ ପିଲାଙ୍କର ପରୀକ୍ଷା କରାଯାଇଛି ।
  • ୩୩୮୬ ଜଣ ଶିକ୍ଷକ / ଶିକ୍ଷୟିତ୍ରୀ ଦକ୍ଷତା ବୃଦ୍ଧି ଓ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଶିକ୍ଷକ ତାଲିମ ଦିଆଯାଇଛି।
  • ଅନ୍ତର୍ନିବେଶି ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବର୍ଗର ୧୯୧୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ସେମାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିମ୍ନୋକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
  • ଅଭିଭାବ ମାନଙ୍କୁ ସ୍ଵତନ୍ତ୍ର ତାଲିମ ।
  • ଦିବ୍ୟଙ୍ଗ ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ତାଲିମ ତଥା ୨୩୬୦ ଛାତ୍ରଛାତ୍ରୀଙ୍କୁ ବଳଜ୍ୟୋତି ମାଧ୍ୟମରେ ଚଷମା ଯୋଗାଇଦିଆଯାଇଛି ।
  • ବାକ ଓ ଶ୍ରବଣଶକ୍ତି ରହିତ ପିଲା ଏବଂ ଅଭିଭବକ ମାନଙ୍କୁ ସ୍ଵତନ୍ତ୍ର ତାଲିମ ।
  • ୮୫୦ ଜଣ ଦିବ୍ୟଙ୍ଗ ଛାତ୍ରଛାତ୍ରୀଙ୍କୁ ଦଶ ମାସ ପାଇଁ ୩୦୦୦ ଟଙ୍କା ହିସାବରେ ସହାୟତା ଭତ୍ତା ପ୍ରଦାନ ଏବଂ ୩୯ ଜଣ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ୧୫୦୦ ଟଙ୍କା ହିସାବରେ ସାହାଯ୍ୟ ଯୋଗାଇଦିଆଯାଇଛି ।
  • ୧୯୦ ଜଣ ପିଲାଙ୍କୁ ଯାତାୟାତ ଭତ୍ତା ପ୍ରଦାନ .୨୭୨ ଜଣ ପିଲାଙ୍କୁ ଅବଶ୍ୟକୀୟ ଉପକରଣ ଯଥା ପ୍ରଦାନ ।
  • ୩୨ ଜଣ ବଧିର ଛାତ୍ରଛାତ୍ରୀ ଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ ।
  • ସର୍ବଶିକ୍ଷା ଅଭିଯାନ ,ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅନ୍ଧତ୍ଵ ଦୂରୀକରଣ ସଂସ୍ଥାନ , ସମ୍ବଲପୁର ର ମିଳିତ ଆନୁକୁଲ୍ୟ ରେ ବଳଜ୍ୟୋତି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ଯେଉଁଥିରେ ୩୩୬୧ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ଏବଂ ସେମାନଙ୍କ ଚକ୍ଷୁ ପରୀକ୍ଷା ସହିତ ଅବଶ୍ୟକୀୟ ଚଷମା ଦେବାର ସୁବ୍ୟବସ୍ଥା କରାଯାଇଛି ।
  • କମ୍ପିଉଟର ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମ ରେ ଜିଲ୍ଲାର ୧୦୩ ଟି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇ ପାଠ୍ୟକ୍ରମକୁ ସରଳୀକରଣ କରିବା ଉଦେଶ୍ୟରେ ୬୯୪ ଜଣ ଶିକ୍ଷକ ମନକୁ ଶୈକ୍ଷିକ ଓ ବୈଷୟିକ ତାଲିମ ଦେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କୁ ଅବଶ୍ୟକୀୟ ବୈଷୟିକ ଉପକରଣ ଯୋଗାଇଦିଆଯାଇଛି।
  • (SDMIS) ଯୋଜନାରେ ଜିଲ୍ଲା ର ସମସ୍ତ ୧୭୪୩ ବିଦ୍ୟାଳୟ ଅଧ୍ୟାନରତ ଛାତ୍ରଛାତ୍ରୀ ଙ୍କୁ ପାଖରେ ବିଭିନ୍ନ ସରକାରୀ ଯୋଜନା ର ଲାଭ ପହଞ୍ଚାଇବ ନିମିତ୍ତ ଯୁଦ୍ଧକାଳୀନ ଭିତ୍ତିରେ ଆଧାର ନମ୍ବର ପାଇଁ ପଞ୍ଜୀକୃତ କରାଯାଉଛି।
  • ୧୦୧୩୧୦ ଜଣ ଛାତ୍ରଛାତ୍ରୀ ଙ୍କୁ ମାଗଣା ରେ ୨ ହଳ ଲେଖାଏଁ ପୋଷାକ ମାଗଣାରେ ବଣ୍ଟନ କରାଯାଉଛି।
  • ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ୧୦୮୪୧୪ ଜଣ ଛାତ୍ରଛାତ୍ରୀ ଙ୍କୁ ୫୫୯୭୬୩ ସଂଖ୍ୟକ ମାଗଣାରେ ପାଠ୍ୟପୁସ୍ତିକା ଯୋଗାଇଦିଆଯାଇଛି ।
  • ଆଦିବାସୀ ଓ ହରିଜନ ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ତର୍ନିହିତ ପ୍ରତିଭାର ପରିସ୍ପୁଟନ ପାଇଁ ସୃଜନ ତଥା ସୁରଭି କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲା ର ୧୭ ଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ଜୀବନକୌଶଳ ତାଲିମ ପ୍ରଦାନ କରାଯିଛି।
  • ଏକ ଅବିନବ କାର୍ଯ୍ୟକ୍ରମ ଉଜ୍ଜଳ ମାଧ୍ୟମରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତର ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି।
  • ସମାଜର ଦୁସ୍ଥ , ଅବହେଳିତ ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ମହମ୍ମଦପୁର ,ସରାପଲି,ବାମରା ରେ ୧୦୦ ସିଟ ବିଶିଷ୍ଟ ୩ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ କାର୍ଯ୍ୟ କରୁଛି।
  • ସମାଜରେ ବର୍ଦ୍ଧିଷ୍ଣୁ ବ୍ୟଭିଚାର କୁ ଦ୍ରୁଷ୍ଟିରେ ରଖି ତମାମ ଜିଲ୍ଲାର ୧୩୫ ଟି ବିଦ୍ୟାଳୟରେ ୮୩୦୦ ଜଣ କିଶୋରୀଙ୍କୁ ଆତ୍ମ ରକ୍ଷାର କୌଶଳ ତାଲିମ ଦିଆଯାଇଛି। କିଶୋରୀ ସ୍ୱାସ୍ଥ୍ୟ ସମସ୍ୟା ଓ କାଉନସେଲିଂ ଉପରେ ଜିଲ୍ଲାର ୫୧୦ ଜଣ ଶିକ୍ଷୟତ୍ରୀଙ୍କୁ ତାଲିମ ଦିଆଯାଇଛି।
  • ଆଜି ପର୍ଯନ୍ତ ସର୍ବଶିକ୍ଷା ଅଭିୟାନ ସମ୍ବଲପୁର ତରଫରୁ ୨୪୧୧ ଟି ନୂତନ ଶ୍ରେଣୀ କୋଠରି ନିର୍ମାଣ କରାଯାଇଛି। ୧୬୬୩ ଟି ବାଳକ ଓ ବାଳିକା ଶୌଚାଳୟ ନିର୍ମାଣ ହୋଇ ସାରିଛି ଏବଂ ୭୪୩ ଟି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ନିର୍ମାଣ ହୋଇଛି। ପାଚେରି ନଥିବା ବିଭିନ୍ନ ବିଦ୍ୟାଳୟରେ ୫୭ ଗୋଟି ପାଚେରି ନିର୍ମିତ ହୋଇଅଛି। ୩୩୨ ଟି ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ତା କରାଯାଇଛି।
  •  ୩୨୨ ଟି ବିଦ୍ୟାଳୟରେ ନୂତନ ମଧ୍ୟାନ ଭୋଜନ ରୋଷେଇ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରାଯାଇଅଛି।
  • ୫୮ ଜଣ ଶିକ୍ଷା ସହାୟକଙ୍କୁ ତାଲିକା ଅନୁମୋଦନ ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ।