• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others

ଗୁୁୁଦ୍ ଗୁଦା ଜିଲ୍ଲାର ପ୍ରମୁଖ ଦର୍ଶନୀୟ ସ୍ଥାନ ମାନଙ୍କରୁ ଅନ୍ୟତମ । ଏହା ଯଦିଓ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ , ପଡୋଶୀ ଦେବଗଡ , ଝାରସୁଗୁଡା ,ତଥା ରାଉରକେଲା ରୁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ଝରୁସୁଗୁଡା ଠାରୁ ପ୍ରାୟ ଘ୧.୩୦ ମି ର ଦୂରତା ରେ ସ୍ଥାନଟି ଅବସ୍ଥିତ । ସ୍ଥାନ ଟି ଘଞ୍ଚ ସବୁଜ ବନାନୀ ରେ ପରିପୂର୍ଣ । ଗୁୁୁଦ୍ ଗୁଦା ରେ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ଵରେ ଆମ୍ବ ଓ ଲିଚୁ ର ବୀସ୍ତିର୍ଣ୍ଣ ବଗିଚା ଦେଖିବାକୁ ପାଇବେ । ହରେକ ରକମର ପକ୍ଷୀଙ୍କ କାକଳୀ ଏବଂ ଜଳ ଜଳପ୍ରପାତ ର କଳକଳ ନାଦ ରେ କେହିବି ବିମୋହିତ ହୋଇପଡିବେ । ଏହି ସ୍ଥାନଟି ପର୍ବତାରୋହଣ ପାଇଁ ମଧ୍ୟ ଉପଯୁକ୍ତ । ନିଜର ବ୍ୟସ୍ତ ବହୁଳ ଜୀବନରୁ ସାମୟିକ ବିରତି ପାଇଁ ସ୍ଥାନଟି ଅତ୍ୟନ୍ତ ମନୋରମ ।

ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦

ସଡ଼କ ପଥରେ
ଝାରସୁଗୁଡା ରୁ ଯାତ୍ରା ଆରମ୍ବ କଲେ ପ୍ରଥମେ କଳାମନ୍ଦିର ସଡକ ପଥ ରେ କୋଲବିରା ପହଞ୍ଚିବାକୁ ପଡେ । ତାପରେ କୋଲବିରାରୁ କୁଛିଣ୍ଡା ରାସ୍ତା ଦେଇ କୁଛିଣ୍ଡା ସହର ପହଞ୍ଚିବେ। ତାପରେ କୁଛିଣ୍ଡାର ଡାହାଣ ପଟ ରାସ୍ତା ଦେଇ କୁସୁମି ପହଚିବାକୁ ପଡେ । କୁସୁମିରୁ ପୁଣି ଡାହାଣ ପଟ ରାସ୍ତା କୁ ଧରି ୧୦ କି.ମି. ଯାତ୍ରା କଲ

ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନଟି ଝାରସୁଗୁଡା ଯାହା କି ଜଳପ୍ରପାତ ରୁ ୭୫ କି.ମି. ରେ ଅବସ୍ଥିତ ।

Gudguda Waterfall , Gudguda Waterfall , ଗୁଦ ଗୁଦା ଜଳ ପ୍ରପାତ