• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others

ଏହା ସମ୍ବଲପୁରର ଏକ ପବିତ୍ର ଏବଂ ମନୋରମ ସ୍ଥାନ । ନାମ ଅନୁସାରେ ଏହି ମନ୍ଦିରର ର ସବୁ ସ୍ଥାନରେ ଘଣ୍ଟି ଝୁଲୁଥାଏ । ଲୋକମାନେ ଏହି ମନ୍ଦିରରେ ନିଜ ମନା ଇଛା ପୂରଣ  ପାଇଁ ମାଁଙ୍କୁ ଘଣ୍ଟି ଅର୍ପଣ କରିଥାନ୍ତି । ରାଜ୍ୟର ବିଭିନ୍ନ ଭାଗ ରୁ ଅନେକ ଭକ୍ତ ଏହି ମନ୍ଦିର କୁ  ମାଁଙ୍କ ଦର୍ଶନ ପାଇଁ  ଆସିଥାନ୍ତି । ସାରା ଓଡିଶାରେ ଏହି ଜାଗାରେ ଏତେ ମାତ୍ରାରେ ଘଣ୍ଟି ଅର୍ପଣ କରାଯାଏ । ଏହା ସମ୍ବଲପୁରର ଦକ୍ଷିଣ-ପୂର୍ବ ଦିଗରେ ୩୩କି.ମି. ଦୂରରେ ଅବସ୍ଥିତ । ଏହା ଅତୀତରେ ବତୀଘର ତୁଲ୍ୟ କାର୍ଯ୍ୟ କରୁଥିଲା । ପ୍ରାଚୀନ କାଳରେ ଏଠାରେ ଝୁଲା ହୋଇଥିବା ପ୍ରକାଣ୍ଡକାୟ ଘଣ୍ଟି ପବନରେ ସ୍ଵତ ବାଜି ଉଠୁଥିଲା ଏବଂ ସେହି ଶବ୍ଦ କୁ ଲକ୍ଷ କରି ଲୋକେ ଏହି ସ୍ଥାନ ବିଷୟରେ ସଠିକ ସୂଚନା ପାଇପାରୁଥିଲେ । ଏହି ସ୍ଥାନଟି ମହାନଦୀ ର ୩ ଟି ସ୍ରୋତର ସମାହାର ଏଠାରେ ଭଉଁରୀ ସୃଷ୍ଟି କରେ । ଏହି କାରଣରୁ ଏହା ପାଖଦେଇ ଯାଉଥିବା ନୌକାମାନେ ବୁଡି ଯାଉଥିଲା । ହୀରାକୁଦ ବନ୍ଧର ନିର୍ମାଣ ପରେ ଏହି ସ୍ଥାନ ଟି ସୁରକ୍ଷିତ ହୋଇପାରିଛି ।

ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦

ସଡ଼କ ପଥରେ
ସମ୍ବଲପୁର ସହର କିଂବା ହୀରାକୁଦ ରେଳ ସ୍ଟେଶନ ରୁ ଯାତ୍ରା ଆରମ୍ବ କଲେ ପ୍ରଥମେ ବରଗଡ-ସମ୍ବଲପୁର ସଡକ ପଥ ରେ ଗୋଶାଲା ପହଞ୍ଚିବାକୁ ପଡେ । ତାପରେ ଗୋଶାଳାରୁ ବାମପଟ ରାସ୍ତାରେ ଚିପିଳିମା କୁ ଯିବାକୁ ପଡେ ଯେଉଁ ଜାଗାରେ ଘଟେଶ୍ଵରୀ ମନ୍ଦିର ଅବସ୍ଥିତ ।

ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ ହୀରାକୁଦ । ଯାହା ଘଟେଶ୍ଵରୀ ମନ୍ଦିରରୁ ୨୦ କି.ମି. ଦୂରରେ ଅଛି।